Durga Prasad Panda (India) is an accomplished bilingual poet and critic in English and Odia. His poems have been anthologized thrice in British Council’s ‘Poetry India’ and included in the Little Magazine’s ‘India In Verse’, ’99 words’. Some of them were translated into Hindi, Bengali and Kannada. ‘Unreal City and other Poems’ is his English translation of Odia poet J.P. Das’s poetry. He also has three collections of poems and a book of ‘absurd’ short stories in Odia titled ‘Dhuaan.
English
EXILE
Like a rucksack
I carry
My absent home
On my back.
And oscillate
Precariously
Between banishment
And belonging.
A wanderer
That i am
My ultimate home
Is my skin.
MIGRANT WORKERS IN A METRO CITY
It is as if, we have been emptied here
on the roadside
from inside the dustbin of fate.
We are bad fungus and herpes
erupted along the city’s buttersoft skin.
They say we itch a lot and often
get scratched clean from time to time
by the bulldozer’s sharp teeth.
We get rinsed thoroughly, relegated
to the periphery. We are the
dark underbelly the city wishes to hide.
But, like weeds we grow
and multiply anywhere:
beside the suburban railway tracks
reeking of human excreta,
alongside the filthy city drains,
amidst the stinking piss.
We copulate on the pavements
pretending no one is seeing.
We are the city’s eyesore,
festering, pus-filled wounds
people rush to cover.
Drained out thoroughly
we look like our own vestiges,
leftovers from another birth,
ghosts from our own burnt shadows.
We are actually the city’s whores:
fondling over,
sucking over,
Fucking over.
Now it is flying time
into our wretched holes.
Odia
ଦେଶାନ୍ତର
ପିଠିଉପରେ ଲଦାଯାଇଥିବା ବସ୍ତା ପରି
ମୁଁ ବୋହିଥାଏ
ମୋର ସେଇ କେବେ ବି ନଥିବା ଘରଖଣ୍ଡି କୁ
ଆଉ ଝୁଲୁଥାଏ ଅହରହ
ଅତି ଦୟନୀୟ ଭାବରେ
ଗୋଟେ ଦେଶ ର ଅସ୍ଥିର ଭୂଖଣ୍ଡ କୁ
ଆପଣେଇପାରୁନଥିବା
କି ଛାଡିପାରୁନଥିବାର ଦ୍ଵନ୍ଦ ଭିତରେ
ମୁଁ ଜଣେ ଭାବଘୁରା
ହେଲେ ମୁଁ କଣ ଜାଣିଥାଏ ଯେ
ମୁଁ ଘର କରି ରହିଥାଏ
ମୋ ଦେହ ର ଚମ ଭିତରେ
ମହାନଗର ପ୍ରତି ପ୍ରବାସୀ ଶ୍ରମିକଙ୍କ ଉକ୍ତି
ସତେ ଯେପରି ଆମକୁ ଏଇଠି
ଆଣି ଗଦା କରିଦିଆଯାଇଛି ରାସ୍ତା କଡ଼ରେ
ଆମ ଭାଗ୍ୟର ଅଳିଆଡ଼ବା ଭିତରୁ ଅଜାଡ଼ି।
ଏ ସହରର ମସୃଣ ଚମ ଉପରେ
ଆମେ ସବୁ କାଳେ ଯାଦୁ କାଛୁ କୁଣ୍ଡିଆ
ଯାହାକୁ ଥରକୁ ଥର ରାଂଚୁଡ଼ି ପକାଏ,
ସଫା କରିଦିଏ ଚିକ୍କଣ କରି
ବୁଲଡ଼ୋଜରର ନଖ ଆଉ ଦାନ୍ତ।
ଆମେ ଏମିତି ଠେଲିହେଇ ଆସୁ ସହରତଳି ଉପାନ୍ତ।
ଆମେ ଏ ସହର ଦେହରେ ଅନ୍ଧାରି କଳଙ୍କ
ଯାହାକୁ ଚଟ୍ କରି ଢାଙ୍କି ଲୁଚେଇଦିଏ
ସହରର ଚକ୍ଚକ୍ ଆଲୁଅର ଉଜ୍ୱଳ ପେ।।ଷାକ।
ଆମେ କିନ୍ତୁ ଅମାନିଆ ବଢିଉଠୁ ଅନାବନା ଅରମା
ଜଂଗଲ ପରି ଯୋଉଠିପାରି ସେଇଠି, ଖେପିଯାଉ ଚତୁର୍ଦ୍ଦିଗ
ପୁତିଗନ୍ଧମୟ ଉପନଗର ରେଳଧାରଣା କଡ଼େକଡ଼େ
ଆବର୍ଜନାପୂର୍ଣ୍ଣ ନାଳନର୍ଦ୍ଦମା ଆଖେପାଖେ।
କେହି କୁଆଡ଼େ ଦେଖୁନାହାଁନ୍ତି ବୋଲିଭାବି
ଆମେ ନିଦ ଯାଉ ମୈଥୁନ ବି କରୁ ରାତିର ଫୁଟ୍ପାଥ୍ରେ।
ଆମେ ସବୁ ମହାନଗର ମୋହଗ୍ରସ୍ତ ଆଖିରେ
ଅହରହ ଫୋଡ଼ିହେଉଥିବା କଂଟା, ସହରର
ଅବୟବରେ ପଚିଯାଇଥିବା ପୂଜଭର୍ତି ଘା’।
ଆମ ଦେହରୁ ଶ୍ରମର ଶେଷ ରସ ବୁନ୍ଦାକ
ଚିପୁଡ଼ି ଚୋଷି ଖାଇସାରିବା ପରେ
ଆମକୁ ଆଡ଼େଇଦେବାକୁ ତତ୍ପର ଏ ସହର।
ଆମେ ସବୁ ବୋଧହୁଏ
ନଗରଭୋଗ୍ୟା ବେଶ୍ୟାଙ୍କ ଦଳ:
ସହରର ଅବାଂଛିତ ହସ୍ତ ସଂଚାଳନ
ଶୋଷଣ, ଉତ୍ପୀଡ଼ନ
ଓ ସମ୍ଭୋଗ ପରେପରେ
ଏବେ ଏ ସହରର ଖସି ଫେରାର ହେବାର ବେଳ।
ଆଉ ଆମେ ସବୁ ନିଜନିଜ ନର୍କର
ଅନ୍ଧାରୁଆ ଗାତମାନଙ୍କ ଭିତରକୁ
ଚୁପ୍ଚାପ୍ ଫେରିଆସିବାର ବେଳ।
Translated from Odia into English by the poet